Manojsinha

ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଜାମ୍ମୁ-କାଶ୍ମୀରରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଜଣାପଡ଼ିବା ପରେ ୩ କର୍ମଚାରୀଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି।

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୩ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରିଛନ୍ତି। ଏମାନେ ଲଶ୍କର-ଇ-ତଇବା, ହିଜବୁଲ ମୁଜାହିଦିନ ଭଳି ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। କେବଳ ଏହି ୩ ଜଣ ନୁହନ୍ତି, ଅନ୍ୟ କିଛି ସରକାରୀ କର୍ମଚାରୀ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଚିହ୍ନଟ ପାଇଁ ସରକାର କଡ଼ା ପଦକ୍ଷେପ ନେଉଥିବା କହିଛନ୍ତି।

Share