Cras3

ନୂଆଦିଲ୍ଲୀ : ଅହମ୍ମଦାବାଦରେ ଗୁରୁବାର ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତ ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକଟ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିବା ସହ ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ ଦେଶ ତାଙ୍କ ପଛରେ ଛିଡ଼ାହୋଇଛି ବୋଲି କହିଛନ୍ତି ।

ଉପରାଷ୍ଟ୍ରପତି ଏହାକୁ ଏକ ମର୍ମନ୍ତୁଦ ମାନବୀୟ ସଂକଟ ବୋଲି ବର୍ଣ୍ଣନା କରି ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଲେଖିଛନ୍ତି ଯେ ଅହମ୍ମଦାବାଦ ଘଟଣା ଆମକୁ ଦୁଃଖିତ ଓ ସ୍ତବ୍ଧ କରିଦେଇଛି । ଏହି ହୃଦୟବିଦାରକ ଘଟଣା ପାଇଁ ଶବ୍ଦ କମ ପଡ଼ିଯାଉଛି । ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି ଓ କହିଛନ୍ତି ଯେ ଉଦ୍ଧାର ଓ ସହାୟତା କାମରେ ନିୟୋଜିତ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି ।

ସେହିପରି କଂଗ୍ରେସ ସାଂସଦ ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଏହି ଦୁର୍ଘଟଣା ପାଇଁ ଶୋକ ପ୍ରକଟ କରିଛନ୍ତି। ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ସେ ଆହ୍ବାନ ଜଣାଇଛନ୍ତି । ପ୍ରତି ଜୀବନ, ପ୍ରତି ସେକେଣ୍ଡ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଲେଖିଛନ୍ତି ।

Share