Zzzzzz

ନୂଆଦିଲ୍ଲୀ : ଏକ ଡାକ୍ତର ଦମ୍ପତି ନିଜ ୩ ଶିଶୁଙ୍କ ସହ ବ୍ରିଟେନରେ ନିଜ ଜୀବନରେ ନୂଆ ଆରମ୍ଭ କରିବାକୁ ଯାଉଥିଲେ । ମାତ୍ର ନୂଆ ସ୍ୱପ୍ନ ପୂରଣ କରିବା କେବଳ ସ୍ୱପ୍ନରେ ହିଁ ରହିଗଲା । ଗତକାଲି ଘଟିଥିବା ଅହମଦାବାଦର ଦୁର୍ଘଟଣାରେ ତାଙ୍କର ଏହି ବିମାନଯାତ୍ରା ପରିବାରର ୫ ସଦସ୍ୟଙ୍କ ପାଇଁ ଶେଷ ଯାତ୍ରା ହୋଇଗଲା । ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏହି ପରିବାର ନିଜର ଶେଷ ସେଲଫି ନେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଲୋକଙ୍କୁ ମନକୁ ବିଚଳିତ ଓ ମର୍ମାହତ କରୁଛି ।
ରାଜସ୍ଥାନର ବାଂଶବାଡାର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର କୋନୀ ଗତ ମାସରେ ହିଁ ନିଜ ପଦରୁ ଇସ୍ତଫା ଦେଇଥିଲେ । ନିଜ ସ୍ୱାମୀ ପ୍ରତୀକ ଯୋଶୀ ଯେ କି ଲଣ୍ଡନରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ନିଜର ୨ ଯାଆଁଳା ପୁଅ ଓ ୮ ବର୍ଷୀୟ ଝିଅ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିଲେ । ବିମାନ ଉଡାଣ ଭରିବା ପୂର୍ବରୁ ଏହି ପରିବାର ସେଲ୍‌ଫି ନେଇଥିଲେ । ଡାକ୍ତର ଦମ୍ପତି ଓ ୩ ଶିଶୁ ହସି ହସି ଫଟୋ ଉଠାଇଥିଲେ । ମାତ୍ର ସେଲଫି ନେବାର କିଛି ସମୟ ପରେ ହିଁ ସବୁକିଛି ବଦଳିଯାଇଥିଲା । ପାଞ୍ଚ ଜଣ ସବୁଦିନ ପାଇଁ ଦୁନିଆରୁ ବିଦା ନେଇଥିଲେ ।

Share