Sfd

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ରବିବାର ଦିନ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ୬ ଛଅ ଜଣ ଓଡ଼ିଶାର ବାସିନ୍ଦା ବୋଲି ଜଣାପଡ଼ିଛି। ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ ପଥରର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପଥର ଧସିବା ସମୟରେ ଘଟଣାସ୍ଥଳରେ ୧୬ ଜଣ ଶ୍ରମିକ ଉପସ୍ଥିତ ଥିଲେ। ୬ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଅନୁମାନ କରାଯାଉଛି। ତେବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।

ଆହତ ଶ୍ରମିକଙ୍କୁ ନରସରାଓପେଟ୍ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଚାରି ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆହତ ଶ୍ରମିକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Share