ବେଙ୍ଗାଲୁରୁ: ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଦେଶବ୍ୟାପୀ ହୋଇଥିବା ଏକ ବଡ଼ ଅଭିଯାନରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ ଗିରଫ କରିଛି । ତାଙ୍କଠାରୁ ୧୨ କୋଟି ନଗଦ ଟଙ୍କା ଜବତ କରାଯାଇଛି ।
ଏହା ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ କୋଟି କୋଟି ଟଙ୍କା ସହିତ ୬ କୋଟି ମୂଲ୍ୟର ଅଳଙ୍କାର, ୧୦ କିଲୋ ରୂପା ଏବଂ ୪ଟି ଲକଜୁରୀ କାର ଜବତ କରିଛି । ସୂତ୍ର ଅନୁସାରେ, ଇଡି ଟିମ୍ ଏକକାଳୀନ ଗ୍ୟାଙ୍ଗଟକ୍, ଚିତ୍ରଦୁର୍ଗ, ବେଙ୍ଗାଲୁରୁ, ହୁବଲି, ଯୋଧପୁର, ମୁମ୍ବାଇ ଏବଂ ଗୋଆ ସମେତ ୩୧ଟି ସ୍ଥାନରେ ଚଢାଉ କରିଥିଲା ।

