ଶିବରାଜ ସିଂହ ଚୌହାନଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ହିନ୍ଦୀ ହାର୍ଟଲାଣ୍ଡ୍ରେ ବିଜେପିର ଏକ ବଡ଼ ବେସ୍ ତିଆରି ହୋଇଥିଲା। ଜଣେ ଓବିସି ନେତା ସତ୍ତ୍ବେ ସେ ସବୁ ବର୍ଗର ଲୋକଙ୍କ ଦ୍ବାରା ଆଦୃତ ହୋଇ ପାରିଛନ୍ତି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଶିବରାଜ ବିଜେପିର ସବୁଠୁ ପ୍ରମୁଖ ଚେହେରାଙ୍କ ମଧ୍ୟରେ ଅନ୍ୟତମ। ମଧ୍ୟପ୍ରଦେଶ ବିଜେପିକୁ ଏକ ନୂଆ ଦିଶା ଦେବାରେ ଯାହାଙ୍କ ଅବଦାନ ରହିଛି, ସେ ହେଉଛନ୍ତି ଶିବରାଜ ସିଂହ ଚୌହାନ। ଆର୍ଏସ୍ଏସ୍ ସହ ଜଡ଼ିତ ଶିବରାଜ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଦସ୍ୟ ଭାବେ କରିଥିଲେ ପଲିଟିକାଲ ଡେବ୍ୟୁ। ୧୯୯୦ରେ ଆସିଥିଲେ ଆକ୍ଟିଭ ପଲିଟିକ୍ସକୁ। ବାସ୍ ସେବେଠାରୁ ରାଜନୀତିର ସୋପାନ ପରେ ସୋପାନ ଚଢ଼ି ଚାଲିଛନ୍ତି ସେ। ୨୦୦୫ରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ଯପ୍ରଦେଶରେ ଆରମ୍ଭ ହୋଇଥିଲା ପରିବର୍ତ୍ତନର ଏକ ନୂଆ ଯୁଗ।
ଦୀର୍ଘ ୧୬ ବର୍ଷର କାର୍ଯ୍ୟକାଳ ସମୟରେ ଶିବରାଜ ସ୍ବତନ୍ତ୍ର ଭାବେ ଗ୍ରାମୀଣ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଥିଲେ…ତାଙ୍କର‘ଲାଡ୍ଲି ଲକ୍ଷ୍ମୀ ଯୋଜନା’ ବାଳିକା କଲ୍ୟାଣ ଦିଗରେ ଜାତୀୟସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା…ସେହିପରି ‘ଭାବାନ୍ତର ଭୁଗ୍ତାନ୍ ଯୋଜନା’ ଚାଷୀଙ୍କ ଆୟବୃଦ୍ଧି ହେବାରେ ସହାୟକ ହେଲା…କେବଳ ଏତିକି ନୁହେଁ, ବିଜୁଳି ସଂଯୋଗରୁ ନେଇ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିବରାଜଙ୍କ ରହିଛି ଅନେକ ଅବଦାନ…ରୁଗ୍ଣ ରାଜ୍ୟରୁ ଅନ୍ୟତମ ବୃହତ୍ ଅର୍ଥନୀତି ବିଶିଷ୍ଟ ରାଜ୍ୟ ଭାବେ ମଧ୍ୟପ୍ରଦେଶକୁ ଗଢ଼ି ତୋଳିବାରେ ତାଙ୍କର ରହିଛି ପ୍ରମୁଖ ଭୂମିକା…ସେହିପରି ଜାତିବାଦ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ଶିବରାଜ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରି ହିନ୍ଦୀ ହାର୍ଟଲାଣ୍ଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ…ଦୃଢ଼ ସଂଗଠକ, ପ୍ରାଶାସନିକ କ୍ଷେତ୍ରରେ ଅଭିଜ୍ଞତା ଆଦି ତାଙ୍କୁ ବିଜେପିର ଏକ ଜବରଦସ୍ତ ଆସେଟ୍ କରିପାରିଛି…

