ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି । ଆଜି ଅପରାହ୍ନ ୧୨ଟାରେ ବିଏସଏଫ ଯବାନ ସନ୍ଦିଗ୍ଧଙ୍କ ଗତିବିଧିକୁ ତଦାରଖ କରୁଥିଲେ । ବିଏସଏଫ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେମାନେ ନ ରହିବାରୁ ଯବାନ ଗୁଳିକରିଥିଲେ ।
ଖବର ମୁତାବକ, ତରନତାରନରେ ଥିବା ଭାରତୀୟ ସୀମା ରେଖା ମଧ୍ୟକୁ କିଛି ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ବିଏସଏଫ ଯବାନ ସେମାନଙ୍କୁ ରୋକିବାକୁ କହିଥିଲେ । କିନ୍ତୁ ସେମାନେ ଭାରତୀୟ ଯବାନଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ । ଏଥିରେ ଦୁଇ ଜଣ ପାକିସ୍ତାନୀ ନିହତ ହୋଇଛନ୍ତି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି ।
ତେବେ ଫାୟାରିଂ ବେଳେ ଅନ୍ୟ କିଛି ଜଣ ପାକିସ୍ତାନ ଆଡକୁ ଧାଇଁଥିଲେ । ଫଳରେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ଏମାନେ କେଉଁ କାରଣ ପାଇଁ ଭାରତର ଅନୁପ୍ରବେଶ କରୁଥିଲେ ସେନେଇ ତଦନ୍ତ ଜାରି ରହିଛି । ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରୁଛି । ଯାଞ୍ଚ ଏଜେନ୍ସୀ ଏମାନଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ।
