ନୂଆଦିଲ୍ଲୀ: ଆଇଫେଲ ଟାୱାର- ଏ ନାଁ ଶୁଣିଲେ ଲୋକଙ୍କର ଆଖି ଆଗକୁ ଚାଲିଆସେ ଏକ ଆକାଶଛୁଆଁ ଟାଓ୍ଵାର କଥା । ଆଇଫେଲ ଟାୱାର ଆଗରେ ଅନେକ ଲୋକଙ୍କ ଫଟୋ ବି ଆପଣ ସୋସିଆଲ ମିଡିଆରେ ଦେଖିଥିବେ ଆଉ ଆପଣଙ୍କ ଫୋନ ହେଉ କି କମ୍ପ୍ୟୁଟର ସେଥିରେ ଓ୍ଵାଲପେପର ଥିବା ବି ଦେଖିଥିବେ । ସେହି ଆଇଫେଲ ଟାୱାରକୁ ଏବେ ଏକ ଖରାପ ଘର ଘୁରି ବୁଲୁଛି । ବିଶ୍ବ ପର୍ଯ୍ୟଟନର ଏକ ବଡ଼ ଆକର୍ଷଣ କୁହାଯାଉଥିବା ପ୍ୟାରିସର ଆଇଫେଲ ଟାୱାରକୁ ନେଇ ସୋସିଆଲ ମିଡ଼ିଆରେ ଖବର ଖେଳୁଛି । ୨୦୨୬ରେ ଏହାକୁ ଭଙ୍ଗାଯିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ଖବର ସତ କି ନା ସେ ନେଇ ବି ଆଲୋଚନା ହେଉଛି । ତେବେ ଏ ଖବରକୁ ନେଇ ଦୁନିଆର ଅନେକ ପର୍ଯ୍ୟଟକ ଚିନ୍ତାବ୍ୟକ୍ତ କରିଛନ୍ତି ।

