ଢାକା : ଦୁଃସାହସର ସବୁ ସୀମା ପାର କରିଯାଇଛି ବାଂଲାଦେଶର ୟୁନୁସ ସରକାର । ପାକିସ୍ତାନର ଜଣେ ସେନାଧିକାରୀଙ୍କୁ ୟୁନୁସ ସରକାର ବାଂଲାଦେଶର ଏକ ମାନଚିତ୍ର ଉପହାର ଦେଇଛନ୍ତି ଯେଉଁଥିରେ ଭାରତର ଆସାମ ସମେତ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସାମିଲ ଅଛନ୍ତି । ଏହାପରେ ଭାରତ ସହ ବାଂଲାଦେଶର ସଂପର୍କ ଆହୁରି ଖରାପ ହେବା ଆଶଙ୍କା କରାଯାଉଛି ।
ଏହି ବୈଠକ ଢାକାର ଜମୁନାସ୍ଥିତ ଷ୍ଟେଟ୍ ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ, ବାଣିଜ୍ୟ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା। ସୂତ୍ର ଅନୁଯାୟୀ, ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ସୁଯୋଗ ଏବଂ ପ୍ରତିରକ୍ଷା ସହଯୋଗ ବିସ୍ତାର କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଉଭୟ ପକ୍ଷ ଏହା ମଧ୍ୟ ସହମତ ହୋଇଥିଲେ ଯେ ପାକିସ୍ତାନ ଏବଂ ବାଂଲାଦେଶ ସେମାନଙ୍କର ଆର୍ଥିକ ସହଭାଗୀତାକୁ ଏକ ନୂତନ ସ୍ତରକୁ ଉଠାଇବା ପାଇଁ ସମୟ ଆସିଛି।

