Whatsapp image 2025 11 02 at 7.08.11 pm 1068x712

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ପ୍ରଶାସନିକ ଦକ୍ଷତା, ଦେଶ ଓ ଗଣତନ୍ତ୍ରକୁ ସୁଦୃଢ କରିବାର ଅବିସ୍ମରଣୀୟ ଅବଦାନ ପାଇଁ  ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA) ସମ୍ମାନରେ ସମ୍ମାନିତ କରାଯାଇଛି।

୧୯୮୯ ରୁ ଆରମ୍ଭ ହୋଇଥିବା Distinguished Alumni Award (DAA) ହେଉଛି ଆଇଆଇଟି କାନପୁରର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବିଶେଷ କାର୍ଯ୍ୟ ଏବଂ ସଂସ୍ଥା ଓ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ଏହା ହେଉଛି ସର୍ବୋଚ୍ଚ ସମ୍ମାନ । ପ୍ରତିବର୍ଷ ସଂସ୍ଥା ତାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନନ୍ୟ ସେବା ଓ ସାଧନାକୁ ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରିଥାଏ ।

ଶ୍ରୀ ଜ୍ଞାନେଶ କୁମାର ୧୯୮୫ ମସିହାରେ ଆଇଆଇଟି କାନପୁର ଭଳି ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କୃତିତ୍ୱର ସହ ପାସ କରିଥିଲେ । ସଂସ୍ଥାର ୬୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସମାରୋହରେ ତାଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଛି ।

Share