ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

