ସେହିପରି ଛପରା ଅଞ୍ଚଳରେ ସିପିଏମ ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଛି। ଅଜଣା ବ୍ୟକ୍ତିମାନେ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ଫଳରେ ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ସେଠାରୁ ଜୀବନ ରକ୍ଷା କରି ପଳାଇଥିଲେ।
ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।
ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ ଆରଜେଡି ସମର୍ଥକ ପହଞ୍ଚି ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ପଥର, ଚପଲ ଏବଂ ଗୋବର ଫିଙ୍ଗିଥିଲେ। ପୁଲିସ ବି ନୀରବଦ୍ରଷ୍ଟା ସାଜିଥିଲା। ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ ପୁଲିସକୁ ସମାଲୋଚନା କରିଥିଲେ।

