Saltwater crocodile (crocodylus porosus) worlds largest living reptile, cooling himself with open mouth, darwin, northern territory, australia
Saltwater crocodile (Crocodylus porosus) worlds largest living reptile, cooling himself with open mouth, Darwin, Northern Territory, Australia (Saltwater crocodile (Crocodylus porosus) worlds largest living reptile, cooling himself with open mouth, Da

ଭୁବନେଶ୍ଵର: ଭୁବନେଶ୍ବର ଦାରୁଠେଙ୍ଗ ନିକଟରେ ଥିବା ଏକ ପଥର ଖଣିରୁ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଜୁଝଗଡ଼ ଗାଁ ଲୋକ ଏହି କୁମ୍ଭୀରକୁ ଉଦ୍ଧାର କରିଛନ୍ତି। କୁମ୍ଭୀରଟି ଅନେକ ବାଛୁରୀ ଓ କୁକୁରଙ୍କୁ ଶିକାର କରିଥିଲା। କିଛି ମଣିଷ ବି କୁମ୍ଭୀର ଆକ୍ରମଣର ଶିକାର ହୋଇ କ୍ଷତାକ୍ତ ହୋଇଛନ୍ତି। ଏ ନେଇ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ବନ ବିଭାଗ ଚୁପ ଥିଲା। ବନ ବିଭାଗ ଏହାକୁ ଗୁଜବ ବୋଲି କହୁଥିଲା। ତେ​‌ବେ ଶନିବାର ସକାଳୁ ମାଛ ଜାଲରେ ଏହି କୁମ୍ଭୀର ଧରା ପଡିଛି। କୁମ୍ଭୀର ଏହି ପଥର ଖଣିକୁ କେମିତି ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share