ପରିସ୍ଥିତି ବିଗିଡ଼ିବାକୁ ଦେଖି, ଶାହବାଜ ସରିଫଙ୍କୁ ନିଜେ ଏକ ସ୍ପଷ୍ଟୀକରଣ ଦେବାକୁ ପଡିଲା। ସେ ଏକ ବିବୃତ୍ତି ଜାରି କରି କହିଥିଲେ, “ମୁଁ ଦେଖିଛି ଯେ ଆମ ଦଳର କିଛି ସେନେଟର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ପ୍ରଦାନ କରି ଏକ ସଂଶୋଧନ ଆଗତ କରିଛନ୍ତି। ଏହା କ୍ୟାବିନେଟର ଅନୁମୋଦିତ ଡ୍ରାଫ୍ଟର ଅଂଶ ନଥିଲା। ମୁଁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।”
ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆତ୍ମସମର୍ପଣ କରିବାପରି ଲାଗୁଛି। ଶାହବାଜ ସରିଫ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “କିଛି ଲୋକ ଚାହାଁନ୍ତି ଯେ ମୋ ପାଖରେ ଅଧିକ କ୍ଷମତା ରହୁ, କିନ୍ତୁ ମୁଁ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବାକୁ ଚାହେଁ। ମୋତେ ଅଧିକ କ୍ଷମତାର ଆବଶ୍ୟକତା ନାହିଁ।” ତେବେ, ଏହି ପୁରା ମାମଲା କ’ଣ?

