ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ହୋଇଛି| ସିସିଟିଭିରେ ମନିଟର କରାଯାଇଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା| ୮ଟି ବୁଥ୍ରେ ଅପରାହ୍ନ ୪ଟାରେ ଭୋଟିଂ ସରିବ। ବାକି ସ୍ଥାନରେ ଅପରାହ୍ନ ୫ଟା ଯାଏଁ ଭୋଟିଂ ଚାଲିଥିଲା|
ତେବେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହେବ। ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଚାଲିଛି, ସିସିଟିଭିରେ ମନିଟର କରାଯାଉଛି। ଲୋକଙ୍କ ନିକଟରୁ ଏଯାବତ୍ କୌଣସି ଅଭିଯୋଗ ଆସିନି।

