Rajesh 1760769224050 1760769233717

ବିହାର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ବିହାର ନୂଆ ରେକର୍ଡ କରିଛି। ୩ଟା ସୁଦ୍ଧା ଭୋଟିଂରେ ଆକଳନ ୬୦ ପ୍ରତିଶତ ଉପରକୁ ଚାଲିଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍‌ ଦେଇଛନ୍ତି ବିହାର ରାଜ୍ୟ କଂଗ୍ରେସ ସଭାପତି ରାଜେଶ୍ ରାମ । ରାଜେଶ୍ ଔରଙ୍ଗାବାଦରେ ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଦେଇ ସାରି ସେ ମହାମେଣ୍ଟର ବିଜୟ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ମହାମେଣ୍ଟର କାର୍ଯ୍ୟକଳାପ ସହ ଭୋଟରଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି । ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ୨୦ବର୍ଷର ସରକାରଙ୍କୁ ଏବେ ବିଦାୟ ଦେବାର ସମୟ ଆସିଛି । ତେଣୁ ବିହାରରେ ମହାମେଣ୍ଟର ସରକାର ସୁନିଶ୍ଚିତ ।

Share