Screenshot 2025 11 13 175517

ନୂଆଦିଲ୍ଲୀ: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି।  ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ କିଛି ଲୋକ ଏହି ଅଞ୍ଚଳର ଶାନ୍ତି ନଷ୍ଟ କରିଛନ୍ତି, କିନ୍ତୁ ସବୁ କାଶ୍ମୀରଙ୍କୁ ଆତଙ୍କବାଦ ସହ ଯୋଡି ଦେଖିବା ଅନୁଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ। କୌଣସି ବି ଧର୍ମ ନିର୍ଦୋଷ ଲୋକଙ୍କୁ ଏତେ ନିର୍ମମ ହତ୍ୟାକୁ ଉଚିତ୍ ମଣିବେ ନାହିଁ। ଯାଞ୍ଚ ଜାରି ରହିବ, କିନ୍ତୁ ଆମେ ଏହା କହିବାକୁ ଚାହୁଁଛୁ ଯେ ସବୁ କାଶ୍ମୀର ଅଧିବାସୀ ଆତଙ୍କବାଦୀ ନୁହଁନ୍ତି। ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କୁ କଡା ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି।

Share