Screenshot 2025 12 04 142607

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଛି । ଜିଆର୍‌ପି ଥାନାରେ ଅଭିଯୋଗ କଲେ ନିଜେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆରପି ଥାନା ପୋଲିସ।

ସୂଚନାମୁତାବକ,ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଏହି ସମୟରେ ବିଧାୟକ ଲକ୍ଷ୍ମଣ ବାଗ ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରିଥିଲେ । ଶ୍ରମିକମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମିକ ମାନଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିଥିଲେ । ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିଲା । ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ହେଉଥିବା ଜଣାପଡିଥିଲା । ବିଧାୟକ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ । ବିଧାୟକ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ ।

ଏହି ସମୟରେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଏବଂ ବଣ୍ଟି ବେହେରା ସହ ଅନ୍ୟ ୬ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା। ଏହାକୁ ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ।

କାଉନସିଲର ବଣ୍ଟି ଖାନ ଦାଦନ ଚାଲାଣରେ ଜଡ଼ିତ ଥିବାର ଅନେକ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥାଏ ।

 

Share