9912murder16

ଘଟଗାଁ : ଭାଇବୋହୂକୁ ହାଣି ହତ୍ୟା କରିଛି ଦେଢ଼ଶୂର। କେନ୍ଦୁଝର ଜିଲା ଘଟଗାଁ ଅନ୍ତର୍ଗତ  ବାଇଗଣପାଳ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ। ହତ୍ୟାର ଶିକାର ହୋଇଛନ୍ତି ହୃଷୀକେଶ ମହାକୁଡ଼ଙ୍କ ସ୍ତ୍ରୀ ନିରୂପମା ମହାକୁଡ଼।

ସୂଚନା ଅନୁସାରେ ପାରିବାରିକ ବିବାଦକୁ ନେଇ ନିରୂପମାଙ୍କୁ ତାଙ୍କ ଦେଢ଼ଶୂର ଶୈଳ ମହାକୁଡ଼ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ନିରୂପମାଙ୍କୁ ଡାକ୍ତର ମୃତ​ ଘୋଷଣା କରିଥିଲେ। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ଶୈଳଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Share