Screenshot 2025 12 07 150103 e1765099995114

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଜଣେ SSB ଯବାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର ମାରାଥନ ଜେରା ପରେ SSB ଯବାନ ଅର୍ଜୁନ ନାୟକ ଏବଂ ମଧ୍ୟସ୍ଥି ନିମାଇଁ ଚରଣ ସାହୁଙ୍କୁ ଗିରଫ କରାଯାଇଛି। ନିମାଇଁ ସାହୁଙ୍କୁ ମୁଖ୍ୟ ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ଯିଏକି ପୂର୍ବରୁ ହେପାଜତରେ ଥିଲେ।

ତିନିଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଡାକ୍ତରୀ ପରୀକ୍ଷା ପରେ ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱରସ୍ଥିତ CBI ରାଜ୍ୟ ମୁଖ୍ୟାଳୟକୁ ନିଆଯାଇଥିଲା।

ସୂଚନା ଅନୁଯାୟୀ, ନିଯୁକ୍ତି ଅନିୟମିତତାରେ SSB ଯବାନ ଅର୍ଜୁନ ନାୟକ ଏବଂ ନିମାଇଁ ଚରଣ ସାହୁଙ୍କ ଲିଙ୍କକୁ ନେଇ ପଚରାଉଚରା କରାଯାଉଛି। ପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏହି ଦୁର୍ନୀତି ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିଲା।

Share