Blsats accused pakis 2025111582219

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି । ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରୁଥିଲେ ବୋଲି ଜଣାପଡ଼ିଛି । ଘଟଣା ଦିନ ଆତଙ୍କବାଦୀମାନେ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି ।

ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀ ମୁଜାମ୍ମିଲ, ଆଦିଲ ଏବଂ ଅନ୍ୟମାନେ ସୁରକ୍ଷା ସଂସ୍ଥାଗୁଡ଼ିକୁ ଏଡାଇବା ପାଇଁ “ଡୁଆଲ୍ ଫୋନ୍” ରଣନୀତି ଗ୍ରହଣ କରିଥିଲେ । ଅଭିଯୁକ୍ତମାନେ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ କାର୍ଯ୍ୟକଳାପ ପାଇଁ ଗୋଟିଏ ଫୋନ୍ ବ୍ୟବହାର କରୁଥିଲେ ,ଯେତେବେଳେକି ଅନ୍ୟ ଫୋନ୍ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା ।

ଗିରଫ ଡାକ୍ତର ମୁଜାମ୍ମିଲ, ଆଦିଲ ଏବଂ ଅନ୍ୟ ଅଭିଯୁକ୍ତମାନେ ଦୁଇ-ଫୋନ୍ ରଣନୀତି ଗ୍ରହଣ କରିଥିଲେ । ପ୍ରତ୍ୟେକ ଅଭିଯୁକ୍ତଙ୍କ ପାଖରେ ଦୁଇରୁ ତିନୋଟି ମୋବାଇଲ୍ ଫୋନ୍ ଥିଲା । ଗୋଟିଏ ଥିଲା ଏକ “କ୍ଲିନ୍ ଫୋନ୍”, ଯାହା ସେମାନଙ୍କ ନିଜ ନାମରେ ପଞ୍ଜିକୃତ ହୋଇଥିଲା, ଯାହା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା। ଦ୍ୱିତୀୟଟି ଥିଲା ଏକ “ଆତଙ୍କବାଦୀ ଫୋନ୍” ଯାହା କେବଳ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ମାଧ୍ୟମରେ ପାକିସ୍ତାନରେ ହ୍ୟାଣ୍ଡଲରମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ବ୍ୟବହୃତ ହେଉଥିଲା। ଲାଲକିଲ୍ଲା ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଚଲାଉଥିବା ଡାକ୍ତର ଉମର ନବି ମଧ୍ୟ ଏହି ମଡ୍ୟୁଲର ଅଂଶ ଥିଲେ। ତଦନ୍ତରୁ ଜଣାପଡିଛି ଯେ ଆତଙ୍କବାଦୀ ଆକ୍ରମଣ କରିବା ପୂର୍ବରୁ ଓମାର ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲା।

Share