ଭୁବନେଶ୍ବର: ରାଜଧାନୀରେ ଅମାନବୀୟ ଘଟଣା । ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଟୋ ଭିତରେ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଉଦ୍ଧାର ପରେ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ତେବେ କିଏ ଶିଶୁଟିକୁ ଆଣି ଅଟୋ ଭିତରେ ଛାଡି ପଳାଇଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ବିକ୍ରି ହୋଇଥିବା ୧୦ ଦିନର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିଲା । ଜିଲ୍ଲା ଶିଶୁ ମଙ୍ଗଳ ସମିତି ଶିଶୁକୁ ଉଦ୍ଧାର କରାଯାଇଥିଲା । ଜନ୍ମ ହେବାର ୧୦ ଦିନ ପରେ ଶିଶୁପୁତ୍ରଟିକୁ ବାପା ମା ବିକି ଦେଇଥିବା ଅଭିଯୋଗ ହୋଇଥିଲା ।

