Tank

ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ୨ ଗୁରୁତର । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଅଘଟଣ ।  ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ ।  ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।  ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ କେଶାଇବାହାଲର ଶୁସିଲ ନାଏକ ଓ ଭିକାରୀ ଚରଣ ବେହେରା ।  ଅନ୍ୟ ୨ ଗୁରୁତରଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ପାଇଖାନା ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀ ଛକ ନିବାସୀ ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନା ଟାଙ୍କି ଫଲସ ଖୋଲିବା ବେଳେ ଘଟିଥିଲା ଅଘଟଣ । ପାଇଖାନା ଟାଙ୍କି ଭିତରକୁ ଫଲସ ଖୋଲିବାକୁ ଯାଇ ଦୁଇ ଜଣ ଶ୍ରମିକ ଅଣନିଶ୍ବାସୀ ହୋଇ ମୃତ୍ୟୁ ବରଣ କରିଥିଲେ ।

Share