Screenshot 2026 05 24 152257

ପୁରୀ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଛୁରା ମାଡ଼ । ପୁତୁ଼ରାରର ଛୁରା ମାଡ଼ରେ ଗୁରୁତର ହେଲେ ଉଭୟ ଦାଦା ଓ ଖୁଡ଼ି । ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଢିଆ ସାହି ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ରକରି ଆକ୍ରମଣ କଲା ପୁତୁରା । ଦୁହିଁଙ୍କୁ ଗୁରୁତର ଆହତ ଅବସ୍ଥାରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଅଭିଯୁକ୍ତ ପୁତୁରା ସହ ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛନ୍ତି । ସୂଚନାଥାଉକି, ଅଣ୍ଡିଆ ସାହି ଗ୍ରାମର ବାସିନ୍ଦା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ସାହୁ ତାଙ୍କ ଘରେ ଥିଲେ । ଏହି ସମୟରେ ପୁତୁରା ଅଗ୍ନି ତନ୍ମୟ ବେହେରା ଅନ୍ୟ ଦୁଇ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ । ଜମିବାଡି ବିବାଦକୁ କେନ୍ଦ୍ରକରି ପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ସହିତ ବଚସା କରିଥିଲେ । ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଉଗ୍ରରୂପ ନେବା ସହ ପୁତୁରା ଅଗ୍ନି ତନ୍ମୟ ରାଗିଯାଇ ପାଖରେ ଥିବା ଏକ ଛୁରିରେ ପ୍ରଥମେ ପ୍ରକାଶଙ୍କ ମୁଣ୍ଡ, ବେକ ଓ ପିଠି ସହିତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ପତ୍ନୀ ନିରୋଜ ନଳିନୀ ପୁତୁରାକୁ ରୋକିବାକୁ ଚେଷ୍ଟା କରିଥିଲେ ହେଲେ ପୁତୁରା ଖୁଡିଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ଝିଅ ଶିବାନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

 

Share