ଜଳେଶ୍ବର: ବିଳମ୍ବିତ ରାତି ରେ ଭୟାବହ ଅଗ୍ନିକାଣ୍ଡ । ଜଳି ଗଲା ୨୫ରୁ ଅଧିକ ଦୋକାନ। ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ମାର୍କେଟରେ ବିଳମ୍ବିତ ରାତିରେ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି । ମାର୍କେଟରେ ଦୋକାନୀ ମାନେ ଦୋକାନ ବନ୍ଦ କରି ଘରକୁ ଯାଇ ଥିବା ବେଳେ ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ଅଞ୍ଚଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଏକ ଟାୟାର ଦୋକାନରେ ହଠାତ୍ ନିଆଁ ଲାଗିଯିବା ଫଳରେ ସେଠାରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା । ଟାୟାରଗୁଡ଼ିକ ଜଳିବା ଯୋଗୁଁ ସମଗ୍ର ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ଦେଖାଉଦେଇଥିଲ ।

