Case 2

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ବ୍ଲକ ନୂଆଡିହିରେ ଝାଡ଼ାବାନ୍ତି ଆତଙ୍କ । ୨୯ରୁ ଅଧିକ ଆକ୍ରାନ୍ତ । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନା ଓ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ପୂର୍ବରୁ ଗାଁରେ ଏକ ଶୁଦ୍ଧି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୋଖରୀରେ ଶୌଚ କାର୍ଯ୍ୟ ଓ ଗାଧୁଆପାଧୁଆ ଯୋଗୁଁ ପାଣି ଦୂଷିତ ହୋଇ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଏକ ଡାକ୍ତରୀ ଟିମ୍ ନୂଆଡିହି ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ଲୋକମାନଙ୍କୁ ସଫାସୁତୁରା ରହିବା ସହ ସତର୍କତା ଅବଲମ୍ବନ କରିବାକୁ ସଚେତନା କରାଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଥିଲା । ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ମୃତକ ହେଲେ ରାଇଛନ୍ଦା ପଞ୍ଚାୟତ ବାରକଣା ଗାଁର ବିପିନ ସାହୁ । ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Share