ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି ଉଭୟ ଏହି ପୋଖରୀକୁ ପହଁରା ଶିଖିବାକୁ ଆସିଥିଲେ । ଗଭୀର ପାଣିରେ ଉଭୟ ବୁଡ଼ି ଯାଇଥିଲେ ।
ଏହା ଦେଖି ପୋଖରୀ ନିକଟରେ ଥିବା ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଆଗ୍ନିକ ମାନେ ପହଞ୍ଚି ଅଣ୍ଡର ୱାଟର ବିଏ ସେଟ୍ ଦ୍ୱାରା ଉଭୟଙ୍କୁ ପାଣି ଭିତରୁ ଖୋଜି ବାହାର କରିଥିଲେ । ଉଭୟଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ୱଜିତ୍ ଓ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ ।

