Woman

ଉଦଳା :  ଏକ ସାଙ୍ଗେ ୩୦ ରୁ ଅଧିକ ଆସିଲେ, ଘରୁ ଯୁବକଙ୍କୁ ନେଇ ଗଛରେ ବାନ୍ଧି ନିର୍ଘାତ ବାଡେ଼ଇଲେ ।   ଏହାକୁ ବିରୋଧ କରିବାରୁ ୮ ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡେ଼ଇଲେ ।  ଯେଉଁଥିରେ ଉଭୟ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି ।  ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବାଘିଆଗଡି ଗ୍ରାମରେ ।  ଗ୍ରାମର ସିପୁନ ମଲ୍ଲିକ ଆଜି ଘରେ ବସିଥିବା ବେଳେ ଅଚାନକ ବାଘିଆଗଡି ଗ୍ରାମର ଉପରସାହି ରୁ ୩୦ ରୁ ଅଧିକ ବ୍ୟକ୍ତି ଆସି ସିପୁନଙ୍କୁ ଘରୁ ନେଇ ଯାଇ ଗ୍ରାମରେ ଏକ ଗଛରେ ବାନ୍ଧି ନିର୍ଘାତ ମାଡ଼ ମାରିଥିଲେ ।

ଆଉ ମାଡ଼ ମାରି ଗୁରୁତର କରି ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଛି ।  ଏପରିକି ସେହି ବ୍ୟକ୍ତିମାନଙ୍କୁ ଅଟକାଇଥିବା ବେଳେ ସିପୁନଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସିପୁନ ରାଜ୍ୟ ବାହାରେ କାମ କରୁଥିବା ବେଳେ ଉପରସାହି ଅଞ୍ଚଳର କିଛି ଯୁବକ ମଧ୍ୟ ତାଙ୍କ ସହିତ କାମକୁ ଯାଇଥିଲେ ।

ରଜ ପାଇଁ ସମସ୍ତେ ଘରକୁ ଫେରିଥିବା ବେଳେ ସମସ୍ତ ଟଙ୍କା ସେମାନଙ୍କୁ ସିପୁନ ଦେଇଥିଲେ ।  ହେଲେ ସିପୁନ ଟଙ୍କା ଦେଇ ନ ଥିବା କହି ଯୁବକମାନେ ଏହିଭଳି ପ୍ରାଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ।  ଖବର ପାଇ କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣରେ ଗୁରୁତର ସିପୁନ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Share