ଅନୁଗୁଳ : ଅନୁଗୁଳରେ ଡବଲ ଏନକାଉଣ୍ଟର । ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୁଳ ପୋଲିସ୍ । ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି । ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର।
ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା । ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା । ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

