Bls2

ବାଲେଶ୍ବର : ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ।  ଲୋକଙ୍କ ହାତରେ ଧରାପଡ଼ି ଅଭିଯୁକ୍ତ ଯୁବକ ଲହୁ ଲୁହାଣ । ବାଲେଶ୍ବର ଜାତୀୟ ରାଜପଥ କଡ଼ରେ ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ଧରି ପିଟିଲେ ଲୋକେ ।  ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ହଳଦୀପଦା ଫାଣ୍ଡି ପୋଲିସ ।  ଗୁରୁତର ଯୁବକ ବାଲେଶ୍ବର ସଦର ବ୍ଲକ ଓଡ଼ଙ୍ଗୀ ପଞ୍ଚାୟତର ଚନ୍ଦନ ମଲ୍ଲିକ ବୋଲି ଜଣାପଡ଼ିଛି ।

ଯୁବତୀ ଜଣକ ବାଲେଶ୍ଵର ଆସିଥିବା ବେଳେ ଚନ୍ଦନ ତାଙ୍କୁ ଲିଫ୍ଟ ଦେଇ ଜାତୀୟ ରାଜପଥ କଡ଼ରେ ଏକ ପୋଲ ତଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା  ।  ଯୁବତୀ ଚିତ୍କାର କରିବା ପରେ ଲୋକେ ରୁଣ୍ଡ ହୋଇ ଚନ୍ଦନକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ।  ପରେ ସଦର ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ତାରେ ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।  ଅନ୍ୟ ପଟେ ଯୁବତୀ ଜଣକ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିବା ଜଣାପଡ଼ିଛି । ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର  ସଦର ବ୍ଲକ୍ ଓଡଙ୍ଗୀ ଅଞ୍ଚଳର ଚନ୍ଦନ ମଲିକ୍।  ହଳଦୀ ପଦା ଫାଣ୍ଡି ପୁଲିସ ତଦନ୍ତ କରୁଛି ।

Share