ଭୁବନେଶ୍ୱର: ପ୍ରତିବର୍ଷ ପାଣିରେ ବୁଡ଼ି ଶହ ଶହ ଲୋକଙ୍କ ଜୀବନ ଯାଉଛି। ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ଲୋକଙ୍କର ଜୀବନ ଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁଁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର ସହ ନେଇଛନ୍ତି ସରକାର। ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ପହଁରା ଶିଖାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ଜଳାଶୟର ବିପଦସଂକୁଳ ପଏଣ୍ଟରେ ଲାଇଫ୍ ଗାର୍ଡ ମୁତୟନ କରାଯିବ।

