ରାଉରକେଲା: ପୁଣି ଡବଲ ଏନକାଉଣ୍ଟର । ସକାଳୁ ସକାଳୁ ରାଉରକେଲା ପୋଲିସର ଡବଲ ଏନକାଉଣ୍ଟର । ରାଉରକେଲା ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ସେକ୍ଟର-୬ ତୋଫାନ ବିନ୍ଧାଣି ହତ୍ୟା ମାମଲାରେ ଫେରାର ଥିବା ଦୁଇ ଅଭିଯୁକ୍ତ ଝିରପାଣି ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିବା ବେଳେ ସେଠାରୁ ଖସିଯିବାକୁ ପୋଲିସକୁ ଫାୟାରିଂ କରିଥିଲେ । ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଆହତ ହୋଇଛନ୍ତି ଦୁଇ ଅପରାଧୀ । ଦୁଇ ଅପରାଧୀଙ୍କ ଗୋଡ଼ରେ ବାଜିଛି ଗୁଳି। ଦୁଇ ଅଭିଯୁକ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ, ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।

