Bbsr

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଛାତ୍ରୀ । ଏମ୍ସ ମେଡିକାଲ ପରିସରରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି ।  ଏମ୍ସ ନର୍ସିଂ କଲେଜ ବିଲ୍ଡିଂର ଚତୁର୍ଥ ମହଲାରେ ଥିବା ଲାବ୍ରୋଟୋରୀରେ ଏହି ନିଆଁ ଲାଗିଥିଲା । ତେବେ ଠିକ୍ ସମୟରେ ଅଗ୍ନିଶମ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବଡ଼ ବିପତ୍ତିକୁ ଏଡ଼ାଇ ଦିଆଯାଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କଲାକରିଛି ଅଗ୍ନିଶମ ବାହିନୀ ।

ନିଆଁର ପ୍ରକୋପ ଅଧିକ ଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଅନ୍ୟ ଅଗ୍ନିଶମ କେନ୍ଦ୍ରକୁ ସହାୟତା ମଗାଯାଇଥିଲା । ଭୁବନେଶ୍ୱର ଅଗ୍ନିଶମ ଦଳ ସହ ତମାଣ୍ଡୋ ଅଗ୍ନିଶମ କେନ୍ଦ୍ର ଏବଂ ଏମ୍ସର ନିଜସ୍ୱ ଅଗ୍ନିଶମ ଦଳ ମିଳିତ ଭାବେ ଏହି ଅପରେସନରେ ସାମିଲ ହୋଇଥିଲେ। ଅଗ୍ନିକାଣ୍ଡ ବେଳେ କୋଠାରେ କିଛି ଲୋକ ଉପସ୍ଥିତ ଥିଲେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Share