Minor c

ଭଦ୍ରକ: ଚାକିରି ଦେବାକୁ କହି ନାବାଳିକାକୁ ନିର୍ଯାତନା ଓ ଗୃହବନ୍ଦୀ ଅଭିଯୋଗ । ଭଦ୍ରକର ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଉଦ୍ଧାର । ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କଲା ବାଲିକୁଦା ଥାନା ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ହାଉସ ନର୍ସିଂ ଏଜେନ୍ସିର ଶୁଭଶ୍ରୀ ସ୍ୱାଇଁ ଭଦ୍ରକ ଜିଲ୍ଲା ବନ୍ତଳା ଅଞ୍ଚଳର ଜଣେ ନାବାଳିକାଙ୍କୁ ଭୁବନେଶ୍ୱରରେ ଚାକିରି ଦେବାକୁ କହି ଆଣି ବାଲିକୁଦା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରେ କାମ କରିବାକୁ ଛାଡ଼ି ଦେଇଥିଲେ ।

ଗତ ୧୫ ତାରିଖରୁ ବାଲିକୁଦା ଅଂଚଳର ଡାକ୍ତର ମହେଶ୍ବର ପ୍ରଧାନଙ୍କ ଘରେ କାମ କରିଥିଲେ ନାବାଳିକା ପୀଡ଼ିତା । ତେବେ ଡାକ୍ତରଙ୍କ ପରିବାର ଲୋକେ ପୀଡ଼ିତାଙ୍କୁ ଠିକଭାବେ ଖାଇବାକୁ ନଦେବା, ତଳ ଘରକୁ ନଛାଡିବା, ଫୋନ ଯୋଗେ କଥା କରାଇ ନଦେବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ନାବାଳିକା ଜଣକ ନିଜ ବାପାଙ୍କୁ ଲୁଚି ଫୋନ କରିବା ପରେ ପରିବାର ପକ୍ଷରୁ ବାଲିକୁଦା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇଁ ବାଲିକୁଦା ପୋଲିସ ସଂପୃକ୍ତ ଡାକ୍ତରଙ୍କ ଘରୁ ନାବାଳିକା ଜଣଙ୍କୁ ଉଦ୍ଧାର କରିବା ସହିତ କେଉଁ ପରିସ୍ଥିତିରେ ଓ କିପରି ନାବାଳିକାଙ୍କୁ କାମ କରାଉଥିଲେ, ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାକୁ ନେଇ ତଦନ୍ତ କରୁଛି ବାଲିକୁଦା ଥାନା ପୋଲିସ ।

Share