ଉମରକୋଟ: ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ସୁଖୀଗାଁ ପଂଚାୟତ ଗାବରୀଗୁଡାର ଧନମତି ସାନ୍ତା ଗତ ଏପ୍ରିଲ ୨ରେ ଜିଲ୍ଲା ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଚିକିତ୍ସାଳୟରେ ପ୍ରସବ ପରେ ତାଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି ଧନମନ୍ତି ଓ ତାଙ୍କ ସ୍ବାମୀ କମଳ ସାନ୍ତା । ଡାକ୍ତର ଅସ୍ତ୍ରପ୍ରଚାର କରି ଶିଶୁପୁତ୍ର ଜନ୍ମ ହୋଇଛି ବୋଲି ଧନମତିକୁ ଜଣାଇଥିଲେ ।
ପରେ ଶିଶୁଟିକୁ ନେଇଯାଇଥିଲେ ବୋଲି ପ୍ରସୂତି ଜଣଙ୍କ କହିଛନ୍ତି । ଏହାପରେ ସ୍ୱାମୀ କମଳାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇ ଆମ୍ବୁଲାନ୍ସରେ କୋରାପୁଟ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଅନ୍ୟପଟେ କୋରାପୁଟରୁ ଫେରିବା ପରେ ଶିଶୁ ପୁତ୍ରର ମୃତ୍ୟୁ ହେଇଛି ବୋଲି କହିଥିଲେ ଡାକ୍ତର କହିଥିଲେ । କିନ୍ତୁ ଶିଶୁର ମୃତ ଶରୀର ଦେଇନଥିଲେ।ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଘଟଣାକୁ ନେଇ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବ ବୋଲି କହିଛନ୍ତି ।

