ଭୁବନେଶ୍ୱର : ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ରେଭେନ୍ସାରେ କଟ୍-ଅଫ୍ ସବୁଠୁ ଅଧିକ । ୨୦୨୬-୨୭ ପାଇଁ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚୟନ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରେ ୬୯ ହଜାର ୧୮୨ ଜଣ ଛାତ୍ର, ୧ ଲକ୍ଷ ୯ ହଜାର ୫୯୧ ଜଣ ଛାତ୍ରୀ ଏବଂ ୯ ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।
ଚଳିତ ବର୍ଷ ମଧ୍ୟ କଟ୍-ଅଫ୍ ମାର୍କ ଦୌଡ଼ରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠାରୁ ଆଗରେ ରହିଛି । କଳାର ରାଜନୀତି ବିଜ୍ଞାନରେ କଟ୍ ଅଫ୍ ରହିଛି ୯୪.୫୦% । ବିଜ୍ଞାନର ପଦାର୍ଥ ବିଜ୍ଞାନରେ ୯୬.୫୦% ଓ ବାଣିଜ୍ୟରେ ୮୯.୧୭% ରହିଛି । ସେଲ୍ଫ-ଫାଇନାନ୍ସିଂରେ ବିଜେବି କଲେଜ ଆଗରେ ରହିଛି । ବିଜେବିରେ କଂପ୍ୟୁଟର ସାଇନ୍ସ କଟ୍ ଅଫ୍ ରହିଛି ୯୨% । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ କଟ୍ ଅଫ୍ ରହିଛି ୮୯.୪୦% ।

