ଭୁବନେଶ୍ୱର : ଶଙ୍ଖ ଧରିବେ କି ସୁଜାତା ରାଉତ କାର୍ତ୍ତିକେୟନ ? ଓଡ଼ିଶା ରାଜନୀତିରୁ ସାମ୍ନାକୁ ଆସୁଛି ବଡ଼ ଖବର । ବିଜେଡିରେ ସାମିଲ ହୋଇ ପାରନ୍ତି ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର । ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା । ସୁଜାତା କିମ୍ବା ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ । ଦଳକୁ ସଙ୍ଗଠିତ କରିବାକୁ ଜଣେ ଅଭିଜ୍ଞ ଏବଂ ପ୍ରଭାବଶାଳୀ ଚେହେରା ସନ୍ଧାନରେ ବିଜେଡି । ପ୍ରଶାସନରୁ ରାଜନୀତି କେମିତି ଥିଲା ସୁଜାତାଙ୍କ କ୍ୟାରିୟର୍? -୨୦୦୦ ବ୍ୟାଚ୍ ର ଓଡ଼ିଶା କ୍ୟାଡର IAS ସୁଜାତା ରାଉତ କାର୍ତ୍ତିକେୟନ୍ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ମାଓପ୍ରବଣ ସୁନ୍ଦରଗଡ଼ ଜିଲ୍ଲାରୁ କ୍ୟାରିୟର୍ ଆରମ୍ଭ । ସୁନ୍ଦରଗଡ଼ରେ ଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ ।
କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଥିଲେ । ମିଶନ ଶକ୍ତି ବିଭାଗ ସଚିବ ଭାବେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ । ମହିଳା SHG ଗ୍ରୁପ୍ ଗୁଡ଼ିକର ବ୍ୟାଙ୍କ ଋଣ ସଂଯୋଗକୁ ବୃଦ୍ଧି କରିଥିଲେ । ବ୍ୟାଙ୍କ ଋଣ ସଂଯୋଗ ୫୦୦ କୋଟିରୁ ୧୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ । JNU ରୁ ଅନ୍ତର୍ଜାତୀୟ ରାଜନୀତିରେ ମାଷ୍ଟର୍ସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଲୁରିଆ ଗାଁର ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ୨୦୨୫ ମାର୍ଚ୍ଚ ମାସରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ବିଜେଡି ପାଇଁ କାହିଁକି ‘ଟ୍ରମ୍ପ କାର୍ଡ’ ସାଜିପାରନ୍ତି ?ସଶକ୍ତ ମହିଳା ଚେହେରା । ବିଜେଡି ପାଇଁ ପ୍ରଭାବଶାଳୀ ଏବଂ ବିଶ୍ୱାସଯୋଗ୍ୟ ପ୍ରତିନିଧି ହେବେ । କେନ୍ଦ୍ରାପଡ଼ା ସହ ସମ୍ପର୍କ । ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ାରେ ତାଙ୍କର ତୃଣମୂଳ ସ୍ତରରେ ସମ୍ପର୍କ ରହିଛି । ଆଗାମୀ ନିର୍ବାଚନଗୁଡ଼ିକରେ ଦଳକୁ ବଡ଼ ମାଇଲେଜ୍ ଦେବ । ଓବିସି ବର୍ଗରୁ ଆସୁଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ । ସାମାଜିକ ଏବଂ ରାଜନୈତିକ ସମୀକରଣରେ ଦଳକୁ ଅଧିକ ଫାଇଦା ପହଞ୍ଚାଇବ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ଗ୍ରାମୀଣ ମହିଳାଙ୍କ ସହ ସମ୍ପର୍କ । ସିଧା ଯୋଗାଯୋଗ ଥିବାରୁ ବିଜେଡିର ମୂଳ ଭୋଟ୍ ବ୍ୟାଙ୍କକୁ ଆହୁରି ମଜଭୁତ କରିବ ।

