Police

ଜଳେଶ୍ବର: ଜଳେଶ୍ବରରୁ ଆଶିଛି ଏକ ଅଭାବନୀୟ ଘଟଣା । କୋମଳମତି ଛାତ୍ରୀଙ୍କ ବିଶ୍ୱାସ ସହ ଖେଳ ଖେଳିଲା ମାଷ୍ଟର । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ସୁଯୋଗ ଦେଖି ଘଟାଇଥିଲେ ଜଘନ୍ୟ କାଣ୍ଡ । ଶିକ୍ଷକ ନାଁରେ କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଟ୍ୟୁସନ ସାରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ମନରେଗା ସ୍କିମ ରେ ଗାଁ ସାଥି ଭାବେ କାମ କରୁଥିବା ସହ ଗାଁରେ ଟ୍ୟୁସନ କରୁଥିଲେ । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ପୋଲିସ ଯୁବକକୁ ଅଟକ ରଖିଛି ।

Share