Kakatpura m

କାକଟପୁର : ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ । ୪ ଜଣ ଦୁର୍ବୃତ୍ତ ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ସରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭାବନୀୟ ଘଟଣା । ଗୁରୁତର ଶିକ୍ଷକ ଅକ୍ଷୟ ବିଶ୍ୱାଳଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଅସ୍ତରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ୱାଳ ସ୍କୁଲରେ ଏକ ଅବିଭାବକ ମିଟିଂ ସାରି କ୍ଲାସରୁମ୍ ରେ ପିଲାଙ୍କୁ ପାଠ ପଢାଉଥିଲେ । ସେହି ସମୟରେ ଜଣେ ମହିଳାଙ୍କ ସହ ୩ଜଣ ବ୍ୟକ୍ତି ସ୍କୁଲରେ ପଶି ତାଙ୍କୁ ବାହାରକୁ ଡାକିଥିଲେ । ପାଠପଢା ଅଧାରୁ ଛାଡି ଶିକ୍ଷକ ବାହାରକୁ ଯାଇଥିବା ବେଳେ ୪ଜଣ ହଠାତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଛାତ୍ରଛାତ୍ରୀମାନେ ଭୟଭୀତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  କିଏ ଓ କାହିଁକି ଶିକ୍ଷକଙ୍କୁ ଆକ୍ରମଣ କଲା ସେନେଇ ଅସ୍ତରଙ୍ଗ ପୋଲିସ ତଦନ୍ତ କରୁଛି ।

Share