ପୁରୀ:ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟସ୍ଥ ଗହୀର ବିଲରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲା ନାବାଳିକା । ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ସୂଚନାମୁତାବକ, ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିଥିଲେ। ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ନାବାଳିକା ଜଣକ ଅନ୍ତେବାସୀ ଭାବେ ରହିଥିବାବେଳେ ସେହି ଅନୁଷ୍ଠାନର ଜନୈକ ରିଙ୍କୁ ସାର୍ ତାକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିବା ନେଇ ନାବାଳିକା ଜଣକ କହିଛନ୍ତି । ଶରୀରର ବିଭିନ୍ନ ସ୍ଥାନରେ ମାଡ ତଥା ଲାଗିଥିବା ନେଇ ସେ ଉପସ୍ଥିତ ଲୋକଙ୍କୁ ଦେଖାଇଥିଲେ ।

