ରାଉରକେଲା : ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରେମିକ । ରାଉରକେଲା ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ନୃଶଂସ କାଣ୍ଡ । କିଞ୍ଜିରକେଲାର ରଜତ କିରୋ ଜାରାଟୋଲା ଗାଁର ଅଞ୍ଜୁଙ୍କୁ ଏକତରଫା ପ୍ରେମ କରୁଥିଲେ ।
ବିଭିନ୍ନ ସମୟରେ ଅଞ୍ଜୁଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲା ରଜତ । କିନ୍ତୁ ଅଞ୍ଜୁ ରଜତ ସହ କଥାବାର୍ତ୍ତା କରୁନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଅଞ୍ଜୁଙ୍କ ଘର ନିକଟକୁ ଆସିଥିଲା ରଜତ । ଘରଲୋକ ଶୋଇଥିବା ଅବସ୍ଥାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ରଜତ । ଏଥିରେ ସମ୍ପୂର୍ଣ୍ଣ ଘର ଜିଯାଇଥିବା ବେଳେ ଆହତ ଅଞ୍ଜୁଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ବିଶ୍ରା ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି ପରିବାର । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ରହିଥିବା ବେଳେ ଗିରଫ ପାଇଁ ପଦକ୍ଷେପ ଆରମ୍ଭ କରିଛି ପୋଲିସ ।

