Srimandir

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ (ହେଭି ଭେହିକିଲ) ଚଳାଚଳ ଉପରେ କଟକଣା ଜାରି ।  ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା ହେଭି ଭେହିକିଲ ଗୁଡ୍ ସ(ବଡ଼ ଯାନ ଦ୍ରବ୍ଯ) ଚଳାଚଳ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଜାରି କରିଛନ୍ତି ।  ଏହି ପ୍ରତିବନ୍ଧକ ୩୦ ଜୁନ ୨୦୨୬ ଠାରୁ ୧୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ, ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ପ୍ରତିବନ୍ଧିତ ରୁଟ୍:

 ମଙ୍ଗଳା ଘାଟ ଠାରୁ ସାତପଡ଼ା
 ଖଜୁରିଆ ଠାରୁ ବ୍ରହ୍ମଗିରି ମାର୍କେଟ ଛକ
ଏହି ନିର୍ଦ୍ଦେଶନାମା ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ, ୧୯୯୩ର ନିୟମ ୧୭୩ ଅନୁଯାୟୀ ଜାରି କରାଯାଇଛି ।  ଜନସାଧାରଣ ଏବଂ ସମସ୍ତ ଭାରୀ ଯାନ ଗୁଡ଼ସ ଚାଳକଙ୍କୁ ଉକ୍ତ ସମୟରେ ବିକଳ୍ପ ମାର୍ଗ ବ୍ୟବହାର କରି ପ୍ରଶାସନକୁ ସହଯୋଗ କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୁରୀ ପକ୍ଷରୁ ଅନୁରୋଧ କରାଯାଇଛି।

Share