Sexual

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଗୁରୁତର ଅଭିଯୋଗ ଉଠିଛି । ଏହି ଘଟଣା ସମ୍ପର୍କରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ଭୋଜି ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା । ଭୋଜି ମଝିରେ ଜଣେ ଯୁବକ ନାବାଳିକାଙ୍କୁ ସହ ନେଇ ପଳାଇଥିବା ଅଭିଯୋଗ ହୋଇଛି । ପରେ ପରିବାର ଓ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିବା ପରେ ଏକ ଜଙ୍ଗଲ ଅଞ୍ଚଳରୁ ଉଭୟଙ୍କୁ ଠାବ କରାଯାଇଥିଲା ।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନାବାଳିକାଙ୍କ ସହ ଘଟିଥିବା ଅଭିଯୋଗକୁ ନେଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରଥମେ ପ୍ରେମିକ ଓ ନାବାଳିକାଙ୍କୁ ଠାବ କରାଯାଇଥିବା ବେଳେ ପରେ ଏହି ଘଟଣାରେ ସହଯୋଗ କରିଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ପୋଲିସ ସମସ୍ତଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ଏବଂ ଘଟଣାର ପୂର୍ଣ୍ଣ ସତ୍ୟ ଖୋଜିବା ପାଇଁ ଅଧିକ ପଚରାଉଚରା କରୁଛି । ନାବାଳିକାଙ୍କ ଚିକିତ୍ସା ଓ ସୁରକ୍ଷାକୁ ନେଇ ମଧ୍ୟ ପୋଲିସ ପଦକ୍ଷେପ ନେଇଛି । ଏହି ଘଟଣା ଅଞ୍ଚଳରେ ଗଭୀର ଚିନ୍ତା ଓ ଅସନ୍ତୋଷ ସୃଷ୍ଟି କରିଛି।

Share