Puri

ପୁରୀ : ଆଜି ସକାଳ ୭ଟା ୧୫ରେ ସେନାପଟା ଲାଗି ନିମନ୍ତେ ଦଇତାପତି ସେବାୟତ ମାନେ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ  l  ଗତକାଲି ରାତିରେ ରତ୍ନ ସିଂହାସନରେ କୋଠ ସୁଆସିଆଙ୍କ ଦ୍ୱାରା ଚାର ମାଳ ବନ୍ଧା କାର୍ଯ୍ୟ କରାଯାଉଥିବାରୁ ଗତକାଲି ରାତ୍ର ପହୁଡ଼ ହୋଇନାହିଁ  l  ଆସନ୍ତାକାଲି ସ୍ନାନପୂର୍ଣ୍ନିମା ପୂର୍ବରୁ ଶ୍ରୀମନ୍ଦିର ଭିତର ଓ ଶ୍ରୀମନ୍ଦିର ଭିତରର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

ଆଜିଠାରୁ ଶ୍ରୀମନ୍ଦିର ବାହାରେ ବ୍ୟାପକ ପୋଲିସ ମୁତୟନ ହେବାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଫୋକସ୍ କରିଛି ପୋଲିସ ପ୍ରଶାସନ। ଚଳିତବର୍ଷ ପହଣ୍ଡିରେ କୌଣସି ବିଭ୍ରାଟ ହେବନାହିଁ ଓ ସମସ୍ତ ନୀତିକାନ୍ତି ସେବାୟତ ମାନେ ଶୃଙ୍ଖଳା ସହ ସମାପନ କରିବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ଆସନ୍ତା କାଲି ମହାପ୍ରଭୁଙ୍କ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ସେପଟେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଥିବା ନେଇ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି l

Share