ଦ୍ୱିତୀୟ ପ୍ରମୁଖ ଦାବିରେ କୁହାଯାଇଛି ଯେ, ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ (NEP-2020)କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇଥିବା ସହ KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦେବାକୁ ଘୋଷଣା କରିଛନ୍ତି। ତେବେ RTE ଆଇନ ଅଧୀନରେ ଥିବା ୨୫ ପ୍ରତିଶତ ସଂରକ୍ଷଣକୁ କ୍ଲାସ-୯ରୁ ୧୨ ଏବଂ PG ପର୍ଯ୍ୟନ୍ତ କାହିଁକି ବିସ୍ତାର କରାଯାଉନାହିଁ ବୋଲି ସଂଗଠନ ପ୍ରଶ୍ନ ଉଠାଇଛି। ମହାସଂଘର ଦାବି ଅନୁସାରେ, NEP-2020ର ପାରା ୮.୪ରେ RTEର ପରିସର ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବସୁଦେବ ଭଟ୍ଟା ସମସ୍ତ ଅଭିଭାବକଙ୍କୁ ନିଜ ଅଧିକାର ପାଇଁ ଏହି ଅନଶନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

