ବିପଦ ସଙ୍କେତ ଉପରେ ପ୍ରବାହିତ ସାଳନ୍ଦୀ, ୪ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ପ୍ରଭାବିତ

Baitarani river

ଭଦ୍ରକ : ପାଣି କମିଛି, ହେଲେ ଦୁର୍ଦ୍ଦଶା ବଢିଛି । ବିପଦ ସଂକେତ ତଳେ ବୈତରଣୀର ବନ୍ୟା ଜଳ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସାଳନ୍ଦୀ । ଜିଲ୍ଲାରେ ୪ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର । ଧୂଷୁରୀ -ହସନାବାଦ, ବୋଡ଼କ ଓରାଳୀ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି । ଜିଲ୍ଲାର ୧୧୦ଟି ପଞ୍ଚାୟତର ୪୨୩ ଗାଁ ପ୍ରଭାବିତ । ୩୨ଟି ଗାଁର ଲୋକ ଜଳବନ୍ଦୀ । ବନ୍ୟା ପ୍ରଭାବିତ ଅଞ୍ଚଳରେ୨୮୬ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି । ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି । ସାଳନ୍ଦୀ ଓ ବୈତରଣୀ ର ବନ୍ୟାରେ ସର୍ବାଧିକ ଧାମନଗର ବ୍ଲକର ୩୦ଟି ପଞ୍ଚାୟତ ଓ ୧୪ଟି ୱାର୍ଡର ୧୪୭ଟି ଗାଁର ୧ ଲକ୍ଷ ୮୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ୧୯ଟି ପଞ୍ଚାୟତର ୭୭ଟି ଗାଁର ୭୨ ହଜାର ରୁ ଅଧିକ ଲୋକ ପ୍ରଭାବିତ ।

ସେହିପରି ତିହିଡ଼ି ବ୍ଲକର ୩୦ଟି ପଞ୍ଚାୟତର ୧୦୨ଟି ଗାଁର ୯୮ ହଜାର ରୁ ଅଧିକ ଲୋକ ପ୍ରଭାବିତ । ବାସୁଦେବପୁର ବ୍ଲକର ୬ଟି ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମର ୭ ହଜାର ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଲକର ୧୭ଟି ପଞ୍ଚାୟତ ଓ ୧୨ଟି ୱାର୍ଡର ୬୧ଟି ଗାଁର ୭୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ୮ଟି ପଞ୍ଚାୟତର ୨୩ଟି ଗାଁର ୩୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୭ଟି ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି । ତେବେ ଉପରେ ମୁଣ୍ଡରେ ବନ୍ୟା ପାଣି କମିଥିବାବେଳେ ତଳିଆ ଅଂଚଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି ।

Share