ଚିନ୍ତା ବଢ଼ାଇଲା ସାଳନ୍ଦୀ, ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା

Baitarani river

ଭଦ୍ରକ : ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ । ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା । ଗାଁ ଗାଁରେ ପଶିଛି ବନ୍ୟା ପାଣି । ବନ୍ୟା ପାଣିରେ ଉବୁଟୁବୁ ଶହ ଶହ ଗାଁ । ବୈତରଣୀ ଉପର ମୁଣ୍ଡରେ ବନ୍ୟା କମିଛି । କିନ୍ତୁ ତଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଚାଲିଛି ।

ବୈତରଣୀ ବନ୍ୟା ଦ୍ୱାରା ଏବେବି ଧାମନଗର ବ୍ଲକର କାସିମପୁର, ଫତେପୁର, ସାହସ ପୁର,ପାଳସାହି, ରଇପୁର ଓ ଅର୍ଜୁନପୁର ପାଣିଘେରରେ ରହିଛି । ସେହିଭଳି ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦ ପୁର ଏବଂ ଚାନ୍ଦବାଲି ବ୍ଲକର ୭ଟି ପଞ୍ଚାୟତ ଜଳବନ୍ଦୀ । ସାଳନ୍ଦୀ ନଦୀରେ ହଦଗଡ଼ ଡ୍ୟାମ କର୍ତ୍ତୃପକ୍ଷ ଗେଟ ବନ୍ଦ କରିଛନ୍ତି । ନଦୀର ଜଳ ସ୍ତର ବିପଦ ସଂକେତ ତଳେ ଏବେ ପ୍ରବାହିତ ହେଉଛି। ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ଏଠାରେ ସକାଳ ୬ଟା ୪୦ ସୁଦ୍ଧା ୧୬.୪୦ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି ।

ଅନ୍ୟପଟେ ଭଦ୍ରକ ପୌରାଞ୍ଚଳ ର ୮ଟି ୱାର୍ଡ ସହିତ ଭଦ୍ରକ ବ୍ଲକ ର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ତିହିଡି ବ୍ଲକର ତଳ ଗୋପ ବିନ୍ଧା, କାଁପଡା ପଞ୍ଚାୟତ ଜଳ ମଗ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାର୧୧୨ ପଞ୍ଚାୟତ ର ୪ ଲକ୍ଷ ୮୨ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

Share