ଆଠଗଡ଼ : ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରିବେ ହଜାର ହଜାର ଶ୍ରଦ୍ଧାଳୁ । ହେଲେ ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲାଗୁ ହୋଇଛି । ଆଜି ରାତି ପର୍ଯ୍ୟନ୍ତ ପ୍ରଶାସନର କଟକଣା ବଳବତ୍ତର କହିଥିବା ବେଳେ ମହାନଦୀର ଜଳସ୍ତରକୁ ଦେଖି ଜିଲ୍ଲା ପ୍ରଶାସନ ନିଷ୍ପତିକୁ ନେଇ ସମସ୍ତେ ଦ୍ୱନ୍ଦରେ।
ଉପରମୁଣ୍ଡରେ ବର୍ଷା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେତୁ ମହାନଦୀରେ ଜଳପ୍ରବାହ ବଢ଼ିବାରେ ଲାଗିଛି । ମହାନଦୀ ଗର୍ଭରେ ଜଳସ୍ତର ବଢ଼ିବା ଯୋଗୁ ପୀଠକୁ ସଂଯୋଗ କରୁଥିବା ରାସ୍ତା ଓ ଆଖପାଖର ତଳିଆ ଅଞ୍ଚଳଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ନିୟମକୁ ମାନି ପୀଠକୁ ନ ଯିବାକୁ ଅନୁରୋଧ କରାଯାଇଛି ।

