ବନ୍ୟା କ୍ଷୟକ୍ଷତି ପାଇଁ ୧୧୦ କୋଟିର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Cm

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ସହାୟତା ପ୍ୟାକେଜ୍। ତୁରନ୍ତ ଏହି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଓ ପରିବାରଙ୍କୁ ଗ୍ରାଚୁଇଟସ୍ ରିଲିଫ୍ ଯୋଗାଇ ଦିଆଯିବ। ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ। ପକ୍କା ଘର, କଚ୍ଚା ଘର ଏବଂ ଚାଷ ଜମି କ୍ଷୟକ୍ଷତି ପାଇଁ ଯୋଗାଇ ଦିଆଯିବ। ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟମ ବ୍ୟକ୍ତିଙ୍କୁ SDRF ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦ଟି ODRAF ଦଳ, ୭ଟି NDRF ଦଳ ଓ ୧୭୨ଟି ଅଗ୍ନିଶମ ଦଳ ନିରନ୍ତର କାର୍ଯ୍ୟରତ ଅଛନ୍ତି।

Share