ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୭ ବହିଷ୍କୃତ, ୨୭ ଜଣଙ୍କୁ କରିଥିଲେ ରାଗିଂ

Rayagada b

ରାୟଗଡ଼ା: ରାୟଗଡ଼ା ଛାତ୍ର ଆକ୍ରମଣ ଘଟଣାରେ ଜଡ଼ିତ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି। କୋଲନରା ବିଡିଓ ରୀନା ପ୍ରଧାନ ହାଇସ୍କୁଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ମାନଙ୍କୁ କାଉନସିଲିଂ କରଛି । ଜିଲ୍ଲା ପ୍ରଶାସନ ଏହି ଘଟଣାର ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଉଛି । ରାୟଗଡ଼ାରେ ୨୭ ଜଣ ସ୍କୁଲ ଛାତ୍ରଙ୍କୁ ଭୟଙ୍କର ରାଗିଂ ହୋଇଥିଲା । ରାୟଗଡ଼ା ଏସଏସଡି ହଷ୍ଟେଲରେ ରାଗିଂ ଘଟଣାରେ ପୋଲିସ ପ୍ରଶାସନ ତନାଘନା ତଦନ୍ତ କରିଛି । ପ୍ରଧାନ ଶିକ୍ଷକଙ୍କୁ ସୋ କଜ୍ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ଗୋଟିଏ ଶ୍ରେଣୀର ତମାମ ଛାତ୍ରଙ୍କୁ ଭୟଙ୍କର ଆଉ ବର୍ବର ମାଡ଼ ମାରୁଥିଲା ଜଣେ ସିନିୟର ଛାତ୍ର । ବିନା ପ୍ରତିବାଦରେ ସୁନା ପିଲା ପରି ଚୁପଚାପ ପିଟା ଖାଇ ନିଜ ସିଟ୍ କୁ ଯାଉଛନ୍ତି ଛାତ୍ର । ନବମ ଶ୍ରେଣୀର ୨୭ ଜଣ ଛାତ୍ରଙ୍କୁ ଜଣ ପରେ ଜଣେ ନିସ୍ତୁକ ପିଟୁଥିଲା ଜଣେ ଦଶମ ଶ୍ରେଣୀର ଛାତ୍ର । କୋଲନରା ବିଡିଓ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ଯାନ କରି ରିପୋର୍ଟ ଦେଇଥିଲେ । ରିପୋର୍ଟ ଆଧାରରେ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି।

ସୂଚନା ଅନୁଯାୟୀ, ଘଟଣାଟି ରବିବାର ରାତିରେ ହଷ୍ଟେଲ ପରିସରରେ ଘଟିଥିବା ଜଣାପଡିଛି । ନବମ ଶ୍ରେଣୀର କିଛି ଛାତ୍ର ସମ୍ପୃକ୍ତ ଦଶମ ଶ୍ରେଣୀର ଛାତ୍ର ଏବଂ ତାଙ୍କର କିଛି ସହପାଠୀଙ୍କ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କୁ ତାଗିଦ କରିଥିବା କୁହାଯାଉଛି । ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜିତ ହୋଇ ସମ୍ପୃକ୍ତ ଛାତ୍ର ନିଜର କିଛି ସହପାଠୀଙ୍କ ସହ ମିଶି ନବମ ଶ୍ରେଣୀର ଅନ୍ତେବାସୀଙ୍କୁ ଅମାନବିକ ଭାବେ ପ୍ରହାର କରିଥିବା ଅଭିଯୋଗ ହୋଇଛି । ଘଟଣାର ଦୁଇ ଦିନ ପରେ ଏହାର ଭିଡିଓ ସାମ୍ନାକୁ ଆସିବା ସହ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା ।

Share